Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଫୋବ୍‌ର୍ସ ବିଶ୍ୱର ଶକ୍ତିଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୋର୍ବ୍‌ସ ବିଶ୍ୱର ଶକ୍ତିଶାଳୀ ୧୦୦ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳାଙ୍କ ସହିତ ଭାରତରୁ ଏଚ୍‌ସିଏଲ୍‌ କର୍ପୋରେସନ ସିଇଓ ଏବଂ ନିର୍ଦ୍ଦେଶିକା ରୋଶନୀ ନାଦର ମାଲହୋତ୍ରା, ବାଇକଏନ ପ୍ରତିଷ୍ଠାତା କିରଣ ମଜୁମଦାର ଶ’ଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ବିଶ୍ୱର ଶକ୍ତିଶାଳୀ ୧୦୦ ମହିଳା ତାଲିକାରେ ନିର୍ମଳା ରହିଛନ୍ତି ୩୪ତମ ସ୍ଥାନରେ। ଜର୍ମାନିର ଚାନ୍‌ସେଲର ଏଞ୍ଜେଲା ମର୍କେଲ୍‌ ଏହି ତାଲିକାର ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି।

୩୪ ନମ୍ବର ସ୍ଥାନରେ ରହି ନିର୍ମଳା ବ୍ରିଟେନ୍‌ର ରାଣୀ ଏଲିଜାବେଥ୍‌ଙ୍କୁ ପଛରେ ପକାଇଛନ୍ତି। ରାଣୀ ଏଲିଜାବେଥ୍‌ ତାଲିକାର ୪୦ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ୨୯ତମ ସ୍ଥାନରେ ରହିଛନ୍ତି।

ଫୋର୍ବ୍‌ସ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ୍‌ର ସଭାପତି କ୍ରିଷ୍ଟିନ୍‌ ଲେଗାଦ୍‌। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଆମେରିକାର ତଳ ସଦନ ହାଇସ୍‌ ଅଫ୍‌ ରିପେଜେଣ୍ଟିଟିଭ୍‌ସର ଅଧ୍ୟକ୍ଷା ନାନ୍ସି ପେଲୋସୀ।

ନୀର୍ମଳା ସୀତାରମଣ ହେଉଛନ୍ତି ଭାରତର ପ୍ରଥମ ମହିଳା ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ। ଏହା ପୂର୍ବରୁ ପୁର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅର୍ଥମନ୍ତ୍ରାଳୟକୁ ନିଜ ଅଧିନରେ ରଖିଥିଲେ। ନିର୍ମଳା ସରତାରମଣ ଏହା ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ବର୍ତ୍ତମାନ ଫୋର୍ବ୍‌ସ-୨୦୧୯ ବିଶ୍ୱର ଶକ୍ତିଶାଳୀ ୧୦୦ ମହିଳା ତାଲିକାରେ ସେ ୩୪ତମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଭାରତରୁ ଏଚ୍‌ସିଏଲ୍‌ କର୍ପୋରେସନ ସିଇଓ ଏବଂ ନିର୍ଦ୍ଦେଶିକା ରୋଶନୀ ନାଦର ମାଲହୋତ୍ରା ୫୪ତମ ସ୍ଥାନରେ ରହିଥିବା ବେଳେ ବାଇକଏନ ପ୍ରତିଷ୍ଠାତା କିରଣ ମଜୁମଦାର ଶ’ ଏହି ତାଲିକାର ୬୫ତମ ସ୍ଥାନରେ ରହିଛନ୍ତି।

The post ଫୋବ୍‌ର୍ସ ବିଶ୍ୱର ଶକ୍ତିଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images