Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୧୫ ମିନିଟରେ ସୁଧୁରିଯିବ ଭାରତର ଆର୍ଥିକ ମାନ୍ଦାବସ୍ଥା – ରାହୁଲ ଗାନ୍ଧୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।  

ମାତ୍ର ୧୫ ମିନିଟରେ ଭାରତ ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରାଯାଇପାରିବ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, ଯେ କିଭଳି ମାତ୍ର ୧୫ ମିନିଟ ଭିତରେ ଭାରତର ଆର୍ଥିକ ମାନ୍ଦାବସ୍ଥା ଦୂର ହୋଇଯିବ। କିନ୍ତୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦେଇଥିବା ଏଭଳି ମନ୍ତବ୍ୟ ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଏକ ରାଲିରେ ଯୋଗ ଦେବା ଅବସରରେ କହିଛନ୍ତି,“ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତିକି ଟଙ୍କା ତାଙ୍କର ଧନୀ ସାଙ୍ଗମାନଙ୍କୁ ଦେଇଛନ୍ତି ସେତିକି ଟଙ୍କା ଦେଶର ଗରିବମାନଙ୍କ ଭିତରେ ବାଣ୍ଟିଦେବେ, ତେବେ ଏ ଦେଶର ଆର୍ଥିକ ମାନ୍ଦାବସ୍ଥା ୧୫ ମିନିଟରେ ସୁଧୁରିଯିବ।”ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଯଦି ଦେଶର ଆର୍ଥିକ ମାନ୍ଦାବସ୍ଥା ବୃଦ୍ଧି ପାଇଛି ତେବେ ତା’ର କାରଣ ହେଉଛି ଜିଏସଟି ଓ ବିମୁଦ୍ରୀକରଣ ଭଳି ଯୋଜନା। ଏହି ଦୁଇଟି ଯୋଜନାରେ ଦେଶର ମାତ୍ର ୧୫ରୁ ୨୦ ଜଣ ଲୋକ ଲାଭ ପାଇଥିଲେ। ସାଧାରଣ ଲୋକ ଏହି ନିୟମରୁ କୌଣସି ଫାଇଦା ପାଇନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାରଠାରୁ ପ୍ରଚାର ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଶୁକ୍ରବାର ରାଲିରେ ଯୋଗଦେଇ ବିଜେପିକୁ ଖୋଲଖୋଲି ଟାର୍ଗେଟ କରିଥିଲେ। ଏପରିକି GSTକୁ ଗବ୍ବର ସିଂହ ଟ୍ୟାକ୍ସ ବୋଲି କହିଥିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

The post ୧୫ ମିନିଟରେ ସୁଧୁରିଯିବ ଭାରତର ଆର୍ଥିକ ମାନ୍ଦାବସ୍ଥା – ରାହୁଲ ଗାନ୍ଧୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images