Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଣିକି ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ। ବାୟୁ ପ୍ରଦୂଷଣ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନେ ନୂଆ ପନ୍ଥା ଅବଲମ୍ବନ କରିଛନ୍ତି।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ସମସ୍ତ କର୍ମଚାରୀ ଏଣିକି ସପ୍ତାହରେ ଗୋଟିଏ ଦିନ ସାଇକେଲ୍‌ ବା ଚାଲିଚାଲି ଅଫିସ ଯିବେ। ତିନୋଟି ଅନୁଷ୍ଠାନ ପରିଚାଳକ ଥିବା ପ୍ରେମ୍‌ଚାନ୍ଦ ଚୌଧୁରୀ ଏନେଇ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ବର୍ତ୍ତମାନ ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏପରିସ୍ଥଳେ ରାଜଧାନୀର ତିନୋଟି ସରକାରୀ ଅନୁଷ୍ଠାନର କର୍ମଚାରୀମାନେ ପ୍ରତି ଶୁକ୍ରବାର ସାଇକେଲ ଓ ଚାଲିଚାଲି ଅଫିସ୍‌ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଆସନ୍ତା ଶୁକ୍ରବାର ଅର୍ଥାତ ଆସନ୍ତାକାଲିଠୁ ଲାଗୁ ହେବ। ଏହି ଦିନ ମୋଟରଯାନରେ ଅଫିସ୍‌ ଆସୁଥିବା ଦେଖିବାକୁ ମିଳିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ କହିଛନ୍ତି।

The post ଏଣିକି ସାଇକେଲରେ ଅଫିସ୍‌ ଯିବେ ସରକାରୀ ବାବୁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles