ଓଡ଼ିଶାଲାଇଭ୍ ବ୍ୟୁରୋ![]()
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପ୍ରଧାନଶିକ୍ଷକ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ। କୋଣାର୍କ ଶୁକପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଘଟିଛି। ଛାତ୍ରୀଙ୍କ ପରିବାର ଏନେଇ କାକଟପୁର ବ୍ଲକ୍ ଶିକ୍ଷାଧିକାରୀଙ୍କ ଅବଗତ କରାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।।
ବୁଧବାର କ୍ଲାସରେ ପାଠ ପଢାଉଥିବା ବେଳେ ଛାତ୍ରୀକୁ ପାଠ ପଚାରିବା ଆଳରେ ଅସଦାଚରଣ କରିଥିଲେ ପ୍ରଧାନଶିକ୍ଷକ ବିଭୂ କଲ୍ୟାଣ ସାହୁ। ଛାତ୍ରୀ ଜଣକ ଏନେଇ ତାଙ୍କ ପରିବାରକୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଓ ଗ୍ରାମବାସୀ ସ୍କୁଲ ପରିସରେ ଏକାଠି ହୋଇ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାଷ୍ଠାନ ପାଇଁ ଦାବି କରିଛନ୍ତି।
କାକାଟପୁର ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ସହକାରୀ ବ୍ଲକ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ଜେନା ପହଁଚି ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି।
The post ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ appeared first on OdishaLIVE.